ମୋ ସ୍କୁଲ ଅଭିଯାନର ୨୨ତମ କାର୍ଯ୍ୟକାରୀ ବୈଠକ : ୭ଥର ପାଇଁ ପ୍ରଥମ ସ୍ଥାନରେ ବାଲେଶ୍ୱର
ବାଲେଶ୍ୱର : ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ୫ଟି ସଚିବଙ୍କ ଅଧୀନକୁ ଗଲା ପରେ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇଛି । ମୋ ସ୍କୁଲ ଅଭିଯାନର ୨୨ତମ କାର୍ଯ୍ୟକାରୀ ବୈଠକରେ ଓଡ଼ିଶା ବାଲେଶ୍ୱର ଜିଲା ୭ଥର ପ୍ରଥମ ହୋଇଥିବା ବେଳେ ଏଥି ମଧ୍ୟରୁ ଭୋଗରାଇ ବ୍ଲକ ୫ଥର ପ୍ରଥମ ହୋଇଛି ବୋଲି ଘୋଷଣା କରାଯାଇଛି । ଭୋଗରାଇ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୭ ବିଦ୍ୟାଳୟରୁ ସର୍ବାଧିକ ୧ଲକ୍ଷ ୪୬ହଜାର ୫୯୯ଟଙ୍କା ବିଦ୍ୟାଳୟ ସହ ଜଡ଼ିତ ପୁରାତନ ଛାତ୍ରୀଛାତ୍ରଙ୍କ ମିଳିତ ଉଦ୍ୟମରେ ଏହି ପାଣ୍ଠି ସଂଗ୍ରହ କରାଯାଇଥିବାର ଗୋଷ୍ଠୀ ଶିକ୍ଷାଧିକାରୀ ଭଗିରଥ ଗିରି ସୂଚନା ଦେଇଛନ୍ତି । ଶିକ୍ଷିକାଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷା ବିଭାଗ ସହଯୋଗରେ ଏହି ଅର୍ଥ ରାଶିକୁ ଜିଲାର ୧୦୧୪ଟି ପ୍ରକଳ୍ପ ମାଧ୍ୟମରେ ଖର୍ଚ୍ଚ କରାଯାଇ ବିଦ୍ୟାଳୟର ଉନ୍ନତି କରଣ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ଶୁକ୍ରବାର ଜୟରାମପୁର ନୋଡ଼ାଲ ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଓ ଶିକ୍ଷା ସମୀକ୍ଷା ସମ୍ମିଳନୀରେ ଯୋଗଦେଇ ମତପ୍ରକାଶ କରିଛନ୍ତି ।
ମୁଖ୍ୟଅତିଥବ ଭାବେ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଯୋଗଦେଇ ଶିକ୍ଷା ବ୍ୟବସ୍ଥାର ଦାୟିତ୍ୱ ୫ଟି ସଚିବଙ୍କ ହାତରେ ଦିଆଯାଇଥିବା ବେଳେ ଶିକ୍ଷିକାଶିକ୍ଷକ, ଶିକ୍ଷାପ୍ରେମୀମାନେ ଓ ଶିଖିକତା ପରିବେଶ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥବଲେ । କୋଭିଡ୍ ନିୟମ ମଧ୍ୟରେ ଶିକ୍ଷିକାଶିକ୍ଷକମାନଙ୍କୁ ନେଇ ଏକ ଶିକ୍ଷା ସମ୍ମିଳନୀ କରାଯାଇଥିଲା । ଜୟରାମପୁର ନୋଡ଼ାଲ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସିଂ, ସହକାରୀ ଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର, ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଶ୍ରୀନିବାସ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର, ମୋ ସ୍କୁଲ ଅଭିଯାନର ଜିଳା ସଂଯୋଜକ ଡ. ସନ୍ଦୀପ ଖଟୁଆ, ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୀପକ କୁମାର ଦାସ ପ୍ରମୁକ ଶିକ୍ଷା ସମୀକ୍ଷା ସମ୍ମିଳନୀରେ ମତ ରଖିଥିଲେ । ଏହି ଶିକ୍ଷା ସମ୍ମିଳନୀରେ ବହୁ ସ୍କୁଲର ଶିକ୍ଷିକାଶିକ୍ଷକ ଯୋଗଦେଇôତଲେ । ଭୋଗରାଇ ବ୍ଳକ ୮ଜଣ କୃତି ଶିକ୍ଷିକାଶିକ୍ଷକଙ୍କୁ ସମ୍ବର୍ଦ୍ଧିତ ଏବଂ କରୋନା ଓ କର୍କଟ ଜନିତ ରୋଗରେ ପ୍ରାଣ ହରାଇଥିବା ଦୁଇଜଣ ଶିକ୍ଷକଙ୍କୁ ଆର୍ଥିକ ସହାୟତା ପାଇଁ ଚେକ୍ ପ୍ରଦାନ କରାଯାଇଥିଲା ।
