ପାଗଳା ମାଙ୍କଡ଼ କାମୁଡ଼ାରେ ୨୨ଆହତ, ମାଙ୍କଡ଼କୁ ଧରିବାରେ ବନ୍ୟବିଭାଗ ନିରୁପାୟ
ଯାଜପୁର : ଯାଜପୁର ବିଞ୍ଝାରପୁର ରାସ୍ତାର ବିଜିପୁର ଓ ଇନ୍ଦାସ ଗ୍ରାମରେ ଏକ ପାଗଳା ମାଙ୍କଡ଼ ଆତଙ୍କ ସୃଷ୍ଟି କରିିଛି । କ୍ରମାଗତ ୨ଦିନ ଧରି ଏହି ମାଙ୍କଡ଼ଟି ଗାଁ ଓ ମୁଖ୍ୟ ରାସ୍ତାରେ ପଥିକମାନଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଅନ୍ୟୁନ ୨୨ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ଓ ଚାପୁଡ଼ା ମାରିବା ଫଳରେ ଗୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ମାଙ୍କଡ଼ ଉପଦ୍ରବକୁ ପ୍ରଶମିତ କରିବା ପାଇଁ ଜଙ୍ଗଲ କର୍ତ୍ତୁପକ୍ଷ କୈାଣସି ପଦକ୍ଷେପ ନେଉନଥିବାରୁ ଶନିବାର ପୁର୍ବାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା ଫଳରେ ଉଭୟପାଶ୍ୱର୍ର ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଯାଜପୁର ଥାନା ଅଧିକାରୀ ଘଟଣା ସ୍ତଳରେ ପହଂଚି ଧାରଣାକାରୀ ମାନଙ୍କୁ ବୁଘଝାବୁଝି କରି ଅନଶନ ପ୍ରତ୍ୟାହାର କରାଇଥିଲେ । ବନ୍ୟବିଭାଗ କର୍ତ୍ତୁପକ୍ଷଙ୍କୁ ପୋଲିସ୍ ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ଅବଗତ କଲାପରେ ଅନ୍ୟୁନ ୩୦ଜଣରୁ ଉର୍ଦ୍ଧ୍ୱ ବନ୍ୟବିଭାଗ କର୍ମଚାରୀ ଘଟଣା ସ୍ତଳରେ ପହଞ୍ଚି ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ଏହି ପାଗଳ ମାଙ୍କଡ଼ଟି ସଂନ୍ଧା ସୁଦ୍ଧା ଧରାପଡ଼ି ନାହିଁ ବରଂ ବନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ମଧ୍ୟ ଆହୁରୀ ଦୁଇଜଣ ଗ୍ରାମବାସୀଙ୍କୁ କାମୁଡ଼ି ଖଣ୍ଡିଆ ଖାବରା କରିଦେଇଥିବା ଜଣାପଡ଼ିଛି । ଗୁରୁତର ଆହତ ବ୍ୟକ୍ତି ମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସତ ହେଉଛନ୍ତି ।
