ଦେଶରେ ୨୪ ଘଣ୍ଟାରେ ରେ କରୋନାର ୨୧୪ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ରେ ସଂକ୍ରମିତ ୨୧୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୨୦୪ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଶନିବାର ଦିନ ଜାରି ସଂଖ୍ୟା ମୁତାବିକ ଦେଶରେ କରୋନା ଭାଇରସରେ ମୋଟ ଆକ୍ଟିଭ ମାମଲା ୨,୫୦୯ ଅଛି । ଏହାସହିତ ଦେଶରେ ଏବେପର୍ଯ୍ୟନ୍ତ ୪,୪୧,୪୬,୫୩୪ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।
