ବାଜିଲା ୨୦୨୩ ଆଇପିଏଲ ବିଗୁଲ ! ଡିସେମ୍ବର ୧୬ରେ ହେବ ନିଲାମୀ, ହେବ ଅନେକ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୩ରେ ହେବାକୁ ଥିବା ଆଇପିଏଲ ପାଇଁ ବାଜିଲା ବିଗୁଲ। ଆଗାମୀ ଡିସେମ୍ବରରେ ଆଇପିଏଲ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପରବର୍ତ୍ତି ସିଜନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ନିଲାମୀ ପ୍ରକ୍ରିୟା ଆସନ୍ତା ଡିସେମ୍ବର ମାସରେ ୧୬ ତାରିଖରେ ହେବ ବୋଲି ସୂଚନା ମିଳିଛି। ହେବାକୁ ଥିବା ଏହି ନିଲାମୀରେ ପୂର୍ବ ନିଲାମୀ ଅପେକ୍ଷା ଅନେକ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଛି। ତେବେ ୨୦୨୨ ମସିହା ସିଜନରେ ମେଗା ନିଲାମୀରେ ସାମିଲ ହୋଇଥିବା ଟିମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି। ସେହିପରି କ୍ରିକେଟ ପ୍ରଶଂସକଙ୍କୁ ଏକ ମିନି ନିଲାମୀ ମଧ୍ୟ ଦେଖିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।
ଏହା ସହିତ ଏହି ମେଗା ନିଲାମୀରେ ଯେଉଁ ୯୦ କୋଟିର ଅର୍ଥରାଶିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ରାଶିକୁ ବଢାଇ ୯୫ କୋଟି କରି ଦିଆଯାଇଥିବା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏହି ମିନି ନିଲାମୀ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ।
ଏଠାରେ କହି ରଖୁ କି ଆଇପିଏଲ ୨୦୨୩ରେ କୋରୋନା ପୂର୍ବ ସ୍ଥିତିକୁ ଫେରିବ। ଏଥିରେ ଟିମ ନିଜର ଘରୋଇ ଓ ବିପକ୍ଷ ଦଳର ମଇଦାନରେ ଖେଳିବ। ବିସିସିଆଇ ସୌରଭ ଗାଙ୍ଗୁଲି ଏନେଇ ହୋଇଥିବା ବୈଠକରେ ସାମାନ୍ୟ ସୂଚନା ପ୍ରଦାନ କରିଛନ୍ତି। ତେବେ କୋରୋନା ପୂର୍ବରୁ ଆଇପିଏଲ ଦେଶର କିଛିଟା ସ୍ଥାନରେ ହିଁ ଆୟୋଜନ କରିଥିଲା। ୨୦୨୦ ରେ କୋରୋନା ସମଗ୍ର ବିଶ୍ୱରେ ଆସିବା ପଳରେ ଦୁବାଇ, ଶାରଜାହ ଓ ଆବୁଧାବୀରେ ଖେଳାଯାଇଥିଲା। ସେହିପରି ୨୦୨୧ରେ ଟି୨୦ ଟୁର୍ଣ୍ଣାମେଣ୍ଟ ଦେଶ ମଧ୍ୟରେ ମାତ୍ର ୪ଟି ସ୍ଥାନରେ ଖେଳାଯାଇଥିଲା। ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଓ ଚେନ୍ନାଇରେ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ମହାମାରୀ ଲୋପ ପାଇଥିବା କାରଣରୁ ଆସନ୍ତା ବର୍ଷ ଆଇପିଏଲ ଘରୋଇ ଓ ବିପକ୍ଷ ଦଳର ମଇଦାନରେ ଆଇପିଏଲ ଅନୁଷ୍ଠିତ ହେବ।
ବିସିସିଆଇ ବସ ଗାଙ୍ଗୁଲି କହିଛନ୍ତି କି ସେପ୍ଟେମ୍ବର ମାସରେ ପଠାଯାଇଥିବା ସୂଚନାରେ କହିଥିଲେ କି ଆଇପିଏଲ ଆସନ୍ତା ବର୍ଷ ଘରୋଇ ଓ ବିରୋଧୀଙ୍କ ମଇଦାନରେ ଆୟୋଜିତ କରାଯିବ। ସମସ୍ତ ୧୦ଟି ଯାକ ଦଳ ନିଜର ଘରୋଇ ମୈଦାନରେ ଖେଳିବେ। ବିସିସିଆଇ ୨୦୨୦ ପରେ ପ୍ରଥମ ଥର ପାଇଁ ନିଜର ପୂର୍ଣ୍ଣ ଘରୋଇ ନିୟମ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି। ଯେଉଁଥିରେ ବିରୋଧୀ ଟିମ ଅନୁଯାୟୀ ପୁରୁଣା ଫର୍ମାଟରେ ଖେଳାଯିବ।
