+୨ ନାମ ଲେଖା ନିମନ୍ତେ ଆଦୌ ଆବେଦନ କରି ପାରି ନ ଥିôବା ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଥରେ ଅନଲାଇନ ଆବେଦନ ଫର୍ମ ଗ୍ରହଣ କରିବାକୁ ଦାବୀ ।
ବାରିପଦା : ମୟୂରଭଞ୍ଜ ଓଡ଼ିଶାର ସବୁଠାରୁ ବଡ ଆଦିବାସୀ ବହୁଳ ଜିଲ୍ଲା । ଜିଲ୍ଲାର ଅନେକ ସ୍ଥାନକୁ ମୋବାଇଲ ଏବଂ ଇଣ୍ଟରନେଟ ଅପହଞ୍ଚ । ତେଣୁ ମେଟ୍ରିକ ପାସ କରିଥିବା ଅନେକ ଛାତ୍ରଛାତ୍ରୀ +୨ ପଢିବାକୁ ଇଚ୍ଛୁକ ଥିଲେ ମଧ୍ୟ ଅନଲାଇନ ଆବେଦନ କରିପାରି ନାହାନ୍ତି । ତା. ୧୮.୧୦.୨୦୨୨ ତାରିଖରେ ଷ୍ପଟ ଆଡମିସନ ବାହାରିବାର ଥିଲା । ତେଣୁ ଛାତ୍ରଛାତ୍ରୀମାନେ ଆବେଦନ କରିବେ ବୋଲି ଆଶା ବାନ୍ଧି ଥିଲେ । କିନ୍ତୁ ରାଜ୍ୟ ସରକାର ୧୮ ତାରିଖ ଦିନ ଯେଉଁ ସ୍ପଟ ଆଡମିସନ ପାଇଁ ସୁଯୋଗ ଦେଇଛନ୍ତି ତାହା କେବଳ ଆଗରୁ ଆବେଦନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦିଷ୍ଟ । ତେଣୁ ରାଜ୍ୟ ସରକାର ସପ୍ଲିମେଣ୍ଟାରୀରେ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆଉଥରେ ଅନଲାଇନ ଆବେଦନ ସୁଯୋଗ ଦେବା ନିମନ୍ତେ ପୂର୍ବତନ ସାଂସଦ ତଥା ରାଜ୍ୟ ସରକାରଙ୍କର ଆଦିବାସୀ ବିଭାଗ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ସଦସ୍ୟ ପ୍ରଦୀପ ନାୟକ ଓ ପୂର୍ବତନ ସିନେଟ ସଦସ୍ୟ ସଂଘମିତ୍ରା ରାଉତ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ନଜର ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପୁଣି ଥରେ ଅନଲାଇନ ଆବେଦନ ନିମନ୍ତେ ସୁଯୋଗ ଦେବାକୁ ଦାବୀ ହେଉଛି ।
