ଏଣିକି ୟୁଟ୍ୟୁବରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା
ଭୁବନେଶ୍ୱର : ଏଣିକି ସ୍କୁଲ ପିଲାଙ୍କ ପରି ଯୁକ୍ତ୨ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବରେ ପଢିବେ ପାଠ । ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଦହେବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
ଏହି ପରିପ୍ରେକ୍ଷୀରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଠା ପଢାଯିବ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠପଢା ସଫଳତା ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ । ଯେଉଁମାନେ କୋଭିଡ୍ ମହାମାରୀକୁ ନେଇ କ୍ଲାସ୍ କରିପାରୁ ନାହାନ୍ତି ସେମାନେ ଘରେ ରହି ୟୁଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ । ଯାହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।
