ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ !
ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଏନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାସ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାର ପାଇଁ ଆମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହି ଅନୁସାରେ ଆମେ ୩୧ ସୁଦ୍ଧା ଫଳ ବାହାର କରିବାକୁ ଆମେ ଚେଷ୍ଟା କରୁଛୁ । ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ ସୁପ୍ରିମ୍ କୋର୍ଟ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ କହିଛନ୍ତି । ତେଣୁ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଆମେ ଚେଷ୍ଟା କରୁଛୁ । ଯଦି କିଛି ସମସ୍ୟା ହେଲା, ତା’ହେଲେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ । କରୋନା ଯୋଗୁ ଏଥର ମାଟ୍ରିକ୍ ଭଳି ଯୁକ୍ତ ଦୁଇର ମଧ୍ୟ ପରୀକ୍ଷା ହୋଇନାହିଁ । ତେଣୁ ମାଟ୍ରିକ୍ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି ।
