ଦେଶୀ ମଦ ଚାଲାଣ ବେଳେ ଚଢ଼ଉ, ୨ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରୀ ବିଭାଗ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ ଲିମା ଗ୍ରାମର ଭକ୍ତ ଚୌଧୁରୀ(୨୩) ଓ ଉପେନ୍ଦ୍ର ଚୌଧୁରୀ (୨୬) । ମିଳିଥିବା ରିପୋର୍ଟ ମୁତାବକ, ଦେଶି ମଦ ଚାଲାଣ ନେଇ ଅବକାରି ବିଭାଗକୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଅବକାରି ବିଭାଗ ଜୟପୁର ସଦର ଥାନା ଅନ୍ତର୍ଗତ ମାଳି ଦଳେଇପୁଟ ଛକରେ ଚଢ଼ଉ କରି ୨ ଅଭିଯୁକ୍ତକୁ ଗିରଫ କରି ୫୦ ଲିଟର ଦେଶି ମଦ ଓ ବାଇକକୁ ଜବତ କରିଥିବା ଅବକାରି ବିଭାଗ ତରଫରୁ ସୂଚନା ଦେଇଛି ।
