ଆଇପିଏଲ୍ ଇତିହାସରେ ସର୍ବାଧିକ ଛକା ମାରିଥିବା ଶୀର୍ଷ ୫ ଖେଳାଳିଙ୍କ ମଧ୍ୟରେ ୨ ଭାରତୀୟ, ଜାଣନ୍ତୁ କିଏ…
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଜାରି ରହିଛି । ଆଇପିଏଲର ପ୍ରତ୍ୟକ ମଞ୍ଚରେ ବିଶେଷ କରି ଛକା-ଚୌକାର ବର୍ଷା ଦେଖିବାକୁ ମିଳେ । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଆଇପିଏଲ୍ ଇତିହାସରେ ସର୍ବାଧିକ ଛକା ମାରିଥିବା ଶୀର୍ଷ ୫ ଖେଳାଳିଙ୍କ ସମ୍ପର୍କରେ । ଏହି ଶୀର୍ଷ ୫ ଖେଳାଳି ତାଲିକାରେ ଦୁଇ ଜଣ ଭାରତୀୟ ସାମିଲ ରହିଛନ୍ତି।
୧/ କ୍ରିସ ଗେଲ୍ :

ଆଇପିଏଲ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ୟୁନିଭର୍ସ ବୋସ୍ କ୍ରିସ୍ ଗେଲଙ୍କ ନାମରେ ରହିଛି। ସେ ଦୁନିଆର ଏହି ଲୋକପ୍ରିୟ ଟି-୨୦ ଲିଗରେ ୧୪୨ ମ୍ୟାଚ୍ ଖେଳି ସର୍ବାଧିକ ୩୫୭ ଛକା ମାରିଛନ୍ତି। ତାଙ୍କ ବ୍ୟତୀତ ଆଉ ଅନ୍ୟ କୌଣସି ବ୍ୟାଟର ୩୦୦ର ମାଇଲଖୁଣ୍ଟ ଛୁଇଁ ପାରି ନାହାନ୍ତି।
୨/ ଏବି ଡିଭିଲିୟର୍ସ :

ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆରସିବିର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସ। ଏହି ଦକ୍ଷିଣ ଆଫ୍ରିକା ବ୍ୟାଟର ନିଜ ଆଇପିଏଲ୍ କ୍ୟାରିୟରରେ ୨୫୧ଟି ଛକା ମାରିଛନ୍ତି।
୩/ ରୋହିତ ଶର୍ମା :

ତାଲିକାରେ ତୃତୀୟରେ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା। ହିଟମ୍ୟାନ ନାମରେ ପ୍ରସିଦ୍ଧ ଏହି ଖେଳାଳି ୨୨୭ ମୁକାବିଲାରେ ୨୪୦ ଛକା ମାରିଛନ୍ତି। ଆଶା କରାଯାଉଛି ୧୬ତମ ସଂସ୍କରଣରେ ସେ ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେବେ।
୪/ ମହେନ୍ଦ୍ର ସିଂହ ଧୋନୀ :

ଚତୁର୍ଥ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୨୯ ଛକା ମାରିଛନ୍ତି। ଧୋନୀଙ୍କ ଏହା ଶେଷ ଆଇପିଏଲ୍ ହୋଇପାରେ। ତେଣୁ ତାଙ୍କ ନଜର ୨୫୦ ଛକା ମାରିବା ଉପରେ ରହିଛି।
୫/ କିରଣ ପୋଲାର୍ଡ :

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ପାଓ୍ଵାର ହିଟର ବ୍ୟାଟର କିରଣ ପୋଲାର୍ଡ ଟପ୍-୫ ଛକା ମାରିଥିବା ବ୍ୟାଟର ତାଲିକାରେ ଶେଷ ସ୍ଥାନରେ ଅଛନ୍ତି। ସେ ୧୮୯ ମ୍ୟାଚ୍ରୁ ୨୨୩ ଛକା ମାରିଛନ୍ତି। ପୋଲାର୍ଡଙ୍କ ପରେ ଏହି ତାଲିକାରେ ବିରାଟ କୋହଲି(୨୧୮), ଡେଭିଡ୍ ଓ୍ଵାର୍ଣ୍ଣର(୨୧୧) ଏବଂ ସୁରେଶ ରୈନା(୨୦୩)ଙ୍କ ଏପରି ତିନି ଖେଳାଳି ଅଛନ୍ତି ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ୨୦୦ ଛକା ମାରିଛନ୍ତି।
