୨ଦିନିଆ କୃଷକ ସମ୍ମିଳନୀ ଉଦ୍ଯାପିତ ଚାଷୀଙ୍କୁ ଉପେକ୍ଷା ନେଇ ବକ୍ତାଙ୍କ ଉଦ୍ବେଗ,
ବାଲେଶ୍ବର : ଖଇରା ଠାରେ କୃଷକ ସଭାର ୨ଦିନିଆ ଜିଲା ସମ୍ମିଳନୀ ଶନିବାର ଦିନ ଉଦ୍ଯାପିତ ହୋଇ ଯାଇଛି । ଶୁକ୍ରାବାର ଦିନ ଏକ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରି ଦୁର୍ଗା ମଣ୍ଡପରେ ପହଞ୍ଚିଥିଲା । ଅପରାହ୍ନରେ ଦୁର୍ଗା ମଣ୍ଡପରେ ଆୟୋଜିତ ସଭାରେ ଅଭ୍ୟର୍ଥନା କମିଟିର ସଭାପତି ଜଗତାନନ୍ଦ ମହାପାତ୍ର ପୌରହିତ୍ୟ କରିଥିଲେ । ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାଏ,ସମ୍ପାଦକ ସୁରେଶ ପାଣିଗ୍ରାହୀ,ଉପସଭାପତି ନିର୍ମଳ ନାୟକ,ଜିଲା ସଭାପତି ପ୍ରେମ ରଞ୍ଜନ ପାତ୍ର,ସମ୍ପାଦକ ସିତାଂଶୁ ସେନାପତି ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ । କୃଷିଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟକୁ ସାମ୍ବିଧାନିକ ସିକୃତି ଓ କୁଇଣ୍ଟାଲ ପିଛା ୩ହଜାର କରିବା,ଭାଗଚାଷକୁ ଆଇନଗତ ସ୍ୱିକୃତି,ଦରବୃଦ୍ଧି ନିୟନ୍ତ୍ରଣ ରାଷ୍ଟ୍ରାୟାତ ସଂସ୍ଥାର ଘରୋଇ କରଣକୁ ବନ୍ଦ,ସାଳନ୍ଦି କେନାଲର ତୁରନ୍ତ କାର୍ଯ୍ୟକ୍ଷକ କରିବାକୁକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖାଯାଇଥିଲା । ଉପେନ୍ଦ୍ର ଦାସ ଓ ଆଇନଜିବୀ ଭରତ କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶନିବାର ର ପ୍ରତିନିଧି ଅଧିବେସନରେ ଜିଲାର ବିଭିନ୍ନ ବ୍କରି ୧୨୫ ପ୍ରତିନିଧି ଯୋଗ ଦେଇଥିଲେ । ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଓ ରାଜ୍ୟ ସଭାପତି ଉପସ୍ଥିତ ରହି ଆନ୍ଦୋଳନ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଥିଲେ । ସମ୍ମିଳନୀରେ ୧୫ ବରିଷ୍ଠ କୃଷକ ନେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ୩ବର୍ଷ ପାଇଁ ୨୭ଜଣିଆ ଜିଲା କମିଟି ଗଠନ କରାଯାଇଛି । ଏଥିରେ ଜଗତାନନ୍ଦ ମହାପାତ୍ରଙ୍କୁ ସଭାପତି ଓ ସୀତାଂଶୁ ମହାପାତ୍ରଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।
