ବାଲେଶ୍ୱରରୁ ୨.୮ କି ଗ୍ରା ଗଞ୍ଜେଇ ଜବଦ, ଅଭିଯୁକ୍ତ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ପାଉଁଶକୁଲି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି । ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରାଯିବା ସହ ତା’ ନିକଟରୁ ୨କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସୁନାରାମ ସିଂ(୬୦) । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ୪୬/୨୧-୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜଣକୁ କୋର୍ଟ ଚାଲାଣ କରାଯାଇଛି । ବସ୍ତା ଅବକାରୀ ଓଆଇସି କୁଳମଣି ମହାରଣା, ସଦର ଅବକାରୀ ବିଭାଗ ଓଆଇସି ବାଳକ ବିସି, ଏଏସ୍ଆଇ ମଙ୍ଗଲ ସିଂ, ଅଞ୍ଜନ ଜେନା, ଜେ. ଦାସପଟ୍ଟନାୟକ ଓ କନେଷ୍ଟବଳ ସୃଷ୍ଟି ଦେହୁରୀ, ବାବାଜୀ ପଣ୍ଡିତ, ଶଶୀକାନ୍ତ ସାହୁ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ । ଦୀର୍ଘଦିନ ଧରି ସେ ଚୋରାରେ ଏହି ବେପାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା । ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ମିଳିଥିଲା ।
