ଗତ ୨୪ ଘଂଟାରେ ଦେଶରେ ୧୯୭ ନୂଆ କରୋନା ରୋଗୀ
WUHAN, CHINA - FEBRUARY 13 2020: Medical personnel check the conditions of patients in Jinyintan Hospital, designated for critical COVID-19 patients, in Wuhan in central China's Hubei province Thursday, Feb. 13, 2020. The city reported 13,436 new cases of COVID-19 Feb. 12, a big jump after the city combed communities for patients and expanded the capacity to take them in.- PHOTOGRAPH BY Feature China / Barcroft Media (Photo credit should read Feature China/Barcroft Media via Getty Images)
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଲଗାତର ଭାବେ କମି କମି ଚାଲିଛି । ଗତ ୨୪ ଘଂଟାରେ ଗୁରବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୧୯୭ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୨୨୯ ଜଣ ରେକର୍ଡକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗୁରବାର ସକାଳ ସୁଦ୍ଧା ଦେଶରେ କରୋନାରୁ ସମୁଦାୟ ୪ କୋଟି ୪୧ ଲକ୍ଷ ୪୭ ହଜାର ୫୫୧ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୦୮ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୨ ହଜାର ୩୦୯ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୦.୧୧ ପ୍ରତିଶତ ଅଛି । ଆଇ ସିଏମ୍ ଆର ଅନୁସାରେ ପୁର୍ବ ୨୪ ଘଂଟାରେ ୧.୮୯ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ଗୁରବାର ସୁଦ୍ଧା ସମୁଦାୟ ୯୧.୨୭ କୋଟି କରୋନା ଟେଷ୍ଟ କରାଯାଇସାରିଲାଣି ।
