ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ମୃତ
ନୂଆଦିଲ୍ଲୀ : ଭାରତୀୟ କଫ ସିରପ ପିଇ ଦେଶର ୧୮ଜଣ ଶିଶୁ ପ୍ରାଣ ହରାଇଥିବା ନେଇ ଉଜବେକିସ୍ତାନ ଦାବି କରିଛି । ଏହାପରେ ଏହି ସିରପ ଭାରତରେ ବିକ୍ରି ହେଉଛି କି ନାହିଁ ସେନେଇ ପ୍ରଶ୍ନ ଉଠୁଛି । ଉଜବେକିସ୍ତାନର ଦାବି ପରେ ଭାରତ ପକ୍ଷରୁ ଆନୁଷ୍ଠାନିକ ଭାବେ ଉତ୍ତର ମଧ୍ୟ ଦିଆଯାଇଛି ।
ଭାରତ ପକ୍ଷରୁ କୁହାଯାଇଛି ଯେ, ଉଜବେକିସ୍ତାନରେ ଯେଉଁ କଫ ସିରପରେ ଶିଶୁଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି ତାହା ଭାରତରେ ବିକ୍ରି ହୋଇନଥାଏ । କେବଳ ଆମଦାନୀ କରାଯାଇଥାଏ । ଉଜବେକିସ୍ତାନରେ କଥିତ ରୂପେ କାଶ ପାଇଁ କଫ ସିରଫ ପିଇ ମୃତ୍ୟୁ ମାମଲାରେ କେନ୍ଦ୍ର, ଉତ୍ତରପ୍ରଦେଶ ଔଷଧ ବିଭାଗ ଟିମର ଫାର୍ମା କମ୍ପାନୀର ନୋଏଡା କାର୍ଯ୍ୟାଳୟରେ ନିରୀକ୍ଷଣ କରାଯାଇଛି ।
ସୂଚନାଯୋଗ୍ୟ, ମୃତ ପିଲାମାନେ ନୋଏଡାସ୍ଥିତ ମେରିୟମ ବାୟୋଟିକ ଦ୍ୱାରା ନିର୍ମିତ କଫ ସିରପ ‘ଡୋକ-୧’ ମେକ୍ସକୁ ସେବନ କରିଥିବା ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି । ଉଭୟ ଦେଶ ଉକ୍ତ ମାମଲାର ଯାଞ୍ଚ ଓ ଜେରା କରୁଥିବା ମେରିୟମ ବାୟୋଟିକର ଆଇନ ମାମଲାର ପ୍ରତିନିଧିତ୍ୱ କରୁଥିବା ହସନ ହେରିସ କହିଛନ୍ତି ।
