ସାମାଜିକ ସଂଗଠନ ‘ସହାୟକ’ର ୧୬ଶ ସମ୍ମିଳନୀ ଓ ସାଧାରଣ ସଭା
ବାଲେଶ୍ୱର : ବାଲେଶ୍ୱରରେ ଏକ ଜନକଲ୍ୟାଣକାରୀ ସଂସ୍ଥାଭାବେ ବିଗତ ୧୫ବର୍ଷ ଧରି ସମାଜସେବା କରିଆସୁଥିବା ‘ସହାୟକ’ ସଂଗଠନର କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ । ‘ସହାୟକ’ର ଷୋଡ଼ଶ ବାର୍ଷିକ ସମ୍ମିଳନୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଏପରି ମନ୍ତବ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟବକ୍ତା ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ମଣୀନ୍ଦ୍ର କୁମାର ମେହେର ଯୋଗଦେଇ ବର୍ତ୍ତମାନ ସମାଜରେ ପ୍ରଚାରସର୍ବସ୍ୱ ସହାୟତା କାର୍ଯ୍ୟ କରାଯାଉଥିବାବେଳେ ନିଃସ୍ୱାର୍ଥପରଭାବେ ଗ୍ରୀଷ୍ମକାଳରେ ପାନୀୟ ଜଳଦାନ, ବୃକ୍ଷରୋପଣ, ରକ୍ତଦାନ ଓ ଦୁଃସ୍ଥ ବ୍ୟକ୍ତିଙ୍କୁ ଶୀତଦିନେ କମ୍ବଳ ବଣ୍ଟନ, ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରିବାଭଳି ମହତକାର୍ଯ୍ୟ ସମାଜରେ ବିରଳ ବୋଲି ପ୍ରଫେସର ମେହେର ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ଓ ପ୍ରଫେସର ଅନନ୍ତ ଗିରି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାଇ ନୃତ୍ୟ ସଂଗୀତ କଳା ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁଜୀମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଓ ପରେ ଭଜନ ପରିବେଷଣ କରିଥିଲେ । ସମ୍ମିଳନୀର ଖୋଲା ଅଧିବେଶନରେ ଅନୁଷ୍ଠାନର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ଅଧ୍ୟକ୍ଷତା କରିଥିବାବେଳେ ବିଜୟ କୁମାର ଦାସଅଧିକାରୀ ସଂପାଦକୀୟ ବିବରଣୀ ଉପସ୍ଥାପିତ କରିଥିଲେ । ଅତିଥିମାନଙ୍କୁ ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରି ସ୍ୱାଗତ ଜଣାଇଥିଲେ । ଅନୁଷ୍ଠାନ ପ୍ରତିଷ୍ଠାତା ଧୀରେନ୍ଦ୍ର ନାରାୟଣ ଦାସ ଓ ଇଂ. ବନମାଳୀ ନାୟକ ଅତିଥିଭାବେ ଯୋଗଦେଇ ସଂଗଠନର ଶୁଭକାମନା କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସରକାରୀ ଆଇଟିଆଇର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ, ଦିବ୍ୟାଙ୍ଗ ଅବସରପ୍ରାପ୍ତ ଶିକ୍ଷକ ଆଦ୍ୟା ବରଣ ବେହେରା, ପରିବେଶବିତ୍ ରବୀନ୍ଦ୍ର କୁମାର ପରିଡ଼ା, ସର୍ବଭରାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ନିର୍ମାଲ୍ୟ ଶତପଥୀ ଓ ସତ୍ୟଜିତ୍ ରାଉତ ଏବଂ ଜାତୀୟ ସ୍ତରରେ ଫୁଟବଲ ଖେଳକୁ ପ୍ରତିନିଧିତ୍ୱ କରୁଥିବା ଦୃଷ୍ଟିହୀନ ଛାତ୍ରୀ ପଦ୍ମିନୀ ଟୁଡୁଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ଅବଦାନ ପାଇଁ ବସନ୍ତଲତା ପଟ୍ଟନାୟକ, ଅରୁଣା ରାୟ, ପୁଷ୍ପଲତା ମହାନ୍ତି, ମିନତୀ ରାୟ, ପ୍ରଣିତା ମିଶ୍ର, ପ୍ରତିମା ପଣ୍ଡା, ଧୀରେନ୍ଦ୍ର ନାରାୟଣ ଦାସ, ଲୋକନାଥ ଆଚାର୍ଯ୍ୟ, ବନମାଳୀ ନାୟକ, ଇଂ. ଶିବପ୍ରସାଦ ବେହେରା, ଇଂ. ସରୋଜ କୁମାର ଚାନ୍ଦ, ଦିବାକର ମହାପାତ୍ର, ଇଂ. ଶ୍ରୀରାମ ପ୍ରସାଦ ଦାସ, ପଦ୍ମଲୋଚନ ଦତ୍ତ, ଇଂ. ହୃଷିକେଶ ସାହୁ, ଅକ୍ଷୟ କୁମାର ତ୍ରିପାଠୀ, ସଚିନ୍ଦ୍ର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଇଂ. ଗୌରାଙ୍ଗ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ଦାସ, ଅଖିଳ କୁମାର ଦାସ, ସେକ୍ ଆଲ୍ଲାଉଦ୍ଦିନ୍, କେଶବ ଚନ୍ଦ୍ର ମହାନ୍ତି, ରବିନାରାୟଣ ଭୋଳ ଓ ସୁଶ୍ରୀ ସାବିତ୍ରୀ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ‘ସହାୟକ’ର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସଙ୍କୁ ମୁକୁଟ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପଦ୍ମଲୋଚନ ଦତ୍ତ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ରମେଶ ଚନ୍ଦ୍ର ଜେନା, ଯଶୋଦାନନ୍ଦନ ଆଶ୍, ଶ୍ୟାମସୁନ୍ଦର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଗଙ୍ଗାଧର ପୃଷ୍ଟି ଓ ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଡ. ଶିରିଶ ଚନ୍ଦ୍ର ଜେନା, ମମତା ମହାପାତ୍ର ଓ ନିରଞ୍ଜନ ପରିଡ଼ା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡ. କ୍ଷିତିଶ୍ୱର ଦାଶ ପ୍ରାରମ୍ଭରେ ବେଦପାଠ କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସଦୟ ପ୍ରକାଶନ ପାଇଁ ନିବେଦନ
