ଗତ ୨୪ ଘଂଟାରେ ଦେଶରେ ୧୪୦ ନୂଆ କରୋନା ରୋଗୀ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଲଗାତର ଭାବେ କମି କମି ଚାଲିଛି । ଗତ ୨୪ ଘଂଟାରେ ସୋମବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୧୬୩ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୨୪୭ ଜଣ ରେକର୍ଡକୁ ଆସିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ସୋମବାର ସକାଳ ସୁଦ୍ଧା ଦେଶରେ କରୋନାରୁ ସମୁଦାୟ ୪ କୋଟି ୪୧ ଲକ୍ଷ ୭୮୧ ହଜାର ୬୩୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୦୮ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୨ ହଜାର ୩୦୯ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୦.୧୧ ପ୍ରତିଶତ ଅଛି । ଆଇ ସିଏମ୍ ଆର ଅନୁସାରେ ପୁର୍ବ ୨୪ ଘଂଟାରେ ୧ ଲକ୍ଷ ୫୬ ହଜାର ୪୦ କୋଟିରୁ ଅଧିକ ଟେଷ୍ଟ କରାଯାଇଅଛି । ସୋନବାର ସୁଦ୍ଧା ସମୁଦାୟ ୯୧ କୋଟି ୨୧ ଲକ୍ଷ କରୋନା ଟେଷ୍ଟ କରାଯାଇସାରିଲାଣି ।
