ନୀଳଗିରିରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବଦ, ମହିଳା ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ଦିନକୁ ଦିନ ବଢ଼ି ଚାଲିଛି ଧଳା ଜହର ବେପାର । ଏହି ପରିପ୍ରେକ୍ଷୀରେ ନୀଳଗିରି ଥାନା ଅଧିନ ଓଲଡ଼ଂ ଅଞ୍ଚଳରେ ଜିଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ । ଚଢ଼ାଉରେ ବ୍ରାଉନସୁଗାର ଜବତ ହେବା ସହ ସମ୍ପୃକ୍ତ ଜଣେ ମହିଳା ଗିରଫ ହୋଇଛନ୍ତି । ପୂର୍ବରୁ ଉକ୍ତ ଗ୍ରାମରୁ ମଧ୍ୟ ବ୍ରାଉନସୁଗାର ଜବତ ହୋଇଥିଲା ।
ସୂଚନା ଯେ, ବାଲେଶ୍ୱର ଜିଲା ଅବକାରୀ ବିଭାଗର ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଥାନା ଅଧିନ ରାଜନଗର ଓଲଡ଼ଂ ଗ୍ରାମରେ ସୋମବାର ଅତର୍କିତ ଚଢ଼ାଉ କରିଥିଲା । ଏହି ସମୟରେ ଭଗବତୀ ସାମଲ (୪୨) ନାମକ ଜଣେ ମହିଳାଙ୍କ ନିକଟରୁ ୧୩୫ ଗ୍ରାମର ବ୍ରାଉନସୁଗାର ଜବତ ସହ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଚଢ଼ାଉରେ ଜିଲା ମୋବାଇଲ୍ ସ୍କାଡ୍ର ନେତୃତ୍ୱ ନେଇଥିଲେ ଗାଲୁରାମ ସରେନ । ତେବେ ବାଲେଶ୍ୱର ଅବକାରୀ ବିଭାଗ ପାଖରେ ଡ୍ରଗ୍ସ ବିକ୍ରି ଖବର ଥିବାବେଳେ ନୀଳଗିରି ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୨କିଲୋମିଟର ଦୂରରେ ହୋଇଥିବା ବେଳେ କିପରି ଜାଣି ପାରିଲା ନାହିଁ ସେନେଇ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
