୪୦ ଡିଗ୍ରୀ ଉପରେ ୧୩ ସହର, ସୋନପୁର ସବୁଠାରୁ ଉତ୍ତପ୍ତ
ଭୁବନେଶ୍ୱର : ବର୍ଷାର ଦେଖା ନ ଥିବା ବେଳେ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ଅସହ୍ୟ ଗରମ ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ୪୦ ଡିଗ୍ରୀ ଉପରେ ୧୩ ସହର ରହିଛି । ୪୪.୨ ଡିଗ୍ରୀ ସହ ସୋନପୁର ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରେ ଏନେଇ ସୂଚନା ଦିଆଯାଇଛି। ଅସହ୍ୟ ଗରମ ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି।
୪୪.୨ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର
— Meteorological Centre, Bhubaneswar (@mcbbsr) June 14, 2022
୬ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ pic.twitter.com/QtUtyo2wPp
ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୦ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଅନୁଗୋଳରେ ୪୩.୦ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୫ ଡିଗ୍ରୀ ଓ କେନ୍ଦୁଝରର ତାପମାତ୍ର ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି। ଠିକ୍ ସେହିପରି ସମ୍ୱଲପୁରରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ,ହୀରାକୁଦରେ ୪୩.୦ ଡିଗ୍ରୀ, ଭବାନୀପାଟଣାରେ ୩୯.୦ ଡିଗ୍ରୀ, ବଲାଙ୍ଗିରରେ ୪୩.୬ ଡିଗ୍ରୀ, କୋରାପୁଟରେ ୩୪.୫ ଡିଗ୍ରୀ, ଫୁଲବାଣୀରେ ୩.୭ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୪ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ରାୟଗଡ଼ାରେ ୩୭.୯ ଡିଗ୍ରୀ, ଭଦ୍ରକରେ ୩୯.୦ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ଢେଙ୍କାନାଳରେ ୩୬.୦ ଡିଗ୍ରୀ, ଦେବଗଡ଼ରେ ୩୮.୮ ଡିଗ୍ରୀ, ବରଗଡ଼ରେ ୪୧.୬ ଡିଗ୍ରୀ, ନବରଙ୍ଗପୁରରେ ୩୬.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୭.୫ ଡିଗ୍ରୀ, ଜଗତସିଂହପୁରରେ ୩୮.୦ ଡିଗ୍ରୀ, ସୋନପୁରରେ ୪୪.୨ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ ଓ ମାଲକାନଗିରିରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ ଗରାଯାଇଛି।
