୧୪ ଦିନରେ ୧୨ ଥର ! ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ : ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ । ୧୪ ଦିନରେ ୧୨ ଥର ବଢିଲାଣି ତେଲ ଦର । ଫଳରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ପେଟ୍ରୋଲ ଓ ଡିଜେଲ ୪୦ ପଇସା ଲେଖାଏଁ ବଢ଼ିଛି ।
ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ ଟଙ୍କା ୯୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ପଇସା ବଢ଼ି ୧୦୦ ଟଙ୍କା ୬୫ ପଇସା ରହିଛି। ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ସୋମବାର ୧୦୩ଟଙ୍କା ୮୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୫ଟଙ୍କା ୮୩ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୮ଟଙ୍କା ୪୧ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୧୦୩ ଟଙ୍କା ୦୭ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୪୫ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୮. ୨୨ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୧ ପଇସା ଥିବା ବେଳେ ଡିଜେଲ ଦାମ ୯୮ ଟଙ୍କା ୨୮ ପଇସା ରହିଛି।
