୧୨ନଂ. ଜୋନ୍ ବିଜୟ ବାନା ଉଡ଼ାଇବାକୁ ଭାଜପାର କସରତ
ରଞ୍ଜିତାଙ୍କ ପୂର୍ବ ୫ବର୍ଷର ପେଡ଼ି ଖୋଲିଲେ ଅନିତା
ଚାଷୀ ଠକିଲେ ବର୍ଷେ, ଭୋଟର ଠକିଲେ ୫ବର୍ଷ
ନୀଳଗିରି : ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ନିଜ ନିଜର ବିଜୟ ପାଇଁ ୨ପ୍ରମୁଖ ଦଳ ଭାଜପା ଓ ବିଜେଡିର ପ୍ରାର୍ଥୀ ଓ ପ୍ରାର୍ଥନୀ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଦିନରାତି ଏକ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ୧୨ନଂ. ଜୋନ୍ର ଜିଲା ପରିଷଦ ପ୍ରାର୍ଥୀନୀ ଭାଜପା ଦଳରୁ ଅନିତା ସିଂ ଓ ବିଜେଡି ଦଳରୁ ରଞ୍ଜିତା ସିଂ ଉଭୟ ବିଜୟର ବାନା ଉଡ଼ାଇବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି । ଉଭୟ ପ୍ରାର୍ଥନୀ ନିଜର ବିଚାରଧାରାକୁ ପଞ୍ଚାୟତ, ସାହି ଏବଂ ୱାର୍ଡ଼ରେ ବୁଲିବା ସହ ଲୋକମାନଙ୍କର ମୌଳିକା ସମସ୍ୟାକୁ ବୁଝିବା ସହ ଆସନ୍ତା ଦିନର ପ୍ରତିଶୃତିଦେଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଭାଜପା ପ୍ରାର୍ଥୀନୀ ଅନିତା ୫ବର୍ଷ ପୂର୍ବରୁ ୨୦୧୭ ନିର୍ବାଚନରେ ୧୨ନଂ. ଜୋନରେ ଜିଲା ପରିଷଦ ପ୍ରାର୍ଥନୀ ଭାବେ ଜୟଲାଭ କରିଥିବା ରଞ୍ଜିତା ଏଥର ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଗତ ନିର୍ବାଚନରେ ରଞ୍ଜିତା ଭାଜପା ଦଳରୁ ବିଜୟୀ ହୋଇଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଦଳବଦଳ କରି ବିଜେଡିରେ ଯୋଗ ଦେଇଥିଲେ । ଏହି ୫ବର୍ଷରେ ରଞ୍ଜିତା ଉକ୍ତ ଜୋନରେ ସେଭଳି ଆଖିଦୃଶିଆ କାମ କରି ନ ଥିବା ବେଳେ ଜୋନର ସାଧାରଣ ଜନତାଙ୍କ ଦୁଃଖ ବୁଝିବାରେ ସକ୍ଷମ ହୋଇ ପାରି ନ ଥିଲେ । ଅଞ୍ଚଳର ବହୁ ମୌଳିକ ସମସ୍ୟା ଥିଲେ ମଧ୍ୟ ଜିଲା ପରିଷଦ ହେବା ପରେ ବହୁ ସମୟ ବାହାରେ ରହୁଥିଲେ । ଏପରିକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିଗଣିତ ହୋଇଥିବା ୧୨ନଂ. ଜୋନରେ ଥିବା ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲାପରିଷଦ ଜଣେ ଆର୍କେଏସ୍ର ସଭ୍ୟ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଆନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ ସେବାରେ ବହୁ ଉନ୍ନତି ହୋଇଥାଏ । ମାତ୍ର ନିଜର ଅପରାଗତା ଓ ଅଜ୍ଞାତବାସ ଯୋଗୁଁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ । ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ବିଜେପି ପାର୍ଥୀନୀ ଅନିତା ସିଂ । ପୁନଃର୍ବାର ଲୋକଙ୍କୁ ମୋ ଭୋଟ ମୋ ଅଧିକାର, ମୋ କର୍ତ୍ତବ୍ୟ ବୋଲି କହିବା ସହ ଚାଷୀ ଠକିଲେ ବର୍ଷେ, ଭୋଟର ଠକିଲେ ୫ବର୍ଷ ବୋଲି ଅନିତା କହିଥିଲେ ।
