୧୧ କେଜି ଗଞ୍ଜେଇ ଜବତ, ଦୁଇ ଅଟକ
ବାଲେଶ୍ୱର : ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦାଫାଶ କଲା ପୋଲିସ । ବାଲେଶ୍ୱର ଜିଲା ସୋର ମାର୍କୋଣା ବସଷ୍ଟାଣ୍ଡରୁ ଜବତ ହୋଇଛି ଗଞ୍ଜେଇ । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।
ସୂଚନା ଯେ, ସୋର ମାର୍କୋଣା ବସଷ୍ଟାଣ୍ଡରୁ ୧୧ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କ ଅଟକ ରଖିଛି ପୋଲିସ । ଗଞ୍ଜେଇ ସହ ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ତେବେ ଜବତ ହୋଇଥିବା ଗଞ୍ଜେଇ ଭଦ୍ରକରୁ କୋଲକାତାକୁ ଚାଲାଣ ହେଉଥିବା ଜଣାପଡିଛି । ଚୋରା ଚାଲାଣରେ ଆଉ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
