ସରସ୍ୱତୀ ଶିକ୍ଷା ନିକେତନ ଲଙ୍ଗଳେଶ୍ୱରର ଦଶମ ବାର୍ଷିକ ଉତ୍ସବ
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ଅନ୍ତର୍ଗତ କାଳିଝାଟି ପଡ଼ିଆରେ ଲଙ୍ଗଳେଶ୍ୱର ସରସ୍ୱତୀ ଶିକ୍ଷା ନିକେତନର ଦଶମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୂର୍ବତନ ଶିକ୍ଷକ ଅମୂଲ୍ୟ କୁମାର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲିଆପାଳ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସମାଜସେବୀ କନିଷ୍କ ବୋଧିସତ୍ୱ ଦାସ ଯୋଗଦେଇ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଗୁଣ ଗୁଡିକ ହୃଦୟଙ୍ଗମ କରି ଉପଯୁକ୍ତ ଶିକ୍ଷା ପ୍ରଦାନ କରି ପାରିଲେ ସେମାନେ ଭବିଷ୍ୟତରେ ସମାଜର ଉନ୍ନତ୍ତି ସାଧନ କରିବା ସହିତ ନିଜ ଜୀବନକୁ ସୁନ୍ଦର କରି ଗଢ଼ି ତୋଳି ପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ପୂର୍ବତନ ପଞ୍ଚାୟତସମିତି ଉପାଧ୍ୟକ୍ଷା କବିତା ଦାସ, ସମାଜସେବୀ ଗଗନ ବାରିକ, ଶିକ୍ଷକ ଅନିରୁଦ୍ଧ ଜେନା, ଭଗୀରଥ ପ୍ରଧାନ ପ୍ରମୁଖ ଯୋଗଦେଇ ସମାଜ ବିକାଶରେ ଛାତ୍ରୀଛାତ୍ରମାନଙ୍କର ଭୂମିକା ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଶିକ୍ଷକ ଅନିରୁଦ୍ଧ ଜେନା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସଭାପତି ଅରବିନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ରାଜେନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ସନ୍ଧ୍ୟାରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଶେଷରେ ଶିକ୍ଷକ ମନୋଜ ପଟ୍ଟାୟତ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁପ୍ରଭା ଜେନା, ସରୀତା ବେହେରା, ରଞ୍ଜୁଲତା ଦାସ, ପ୍ରଜ୍ଞା ସ୍ୱାଇଂ, ବନ୍ଦିତା ପାତ୍ର, ଝରଣା ବେହେରା, ଶିକ୍ଷକ ଅଜିତ ଜେନା, ପଙ୍କଜ କୁମାର ପାଳ, କୁନି ହାସଦା ପ୍ରମୁଖ ପରିଚାଳନା କରିଥିଲେ ।
