ଟେଲିକମ କ୍ଷେତ୍ର ପାଇଁ ୧୦୦% ଏଫଡିଆଇ ମଞ୍ଜୁର
ନୂଆଦିଲ୍ଲୀ : ଟେଲିକମ କ୍ଷେତ୍ରରେ ସଂସ୍କାର ଓ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତ ପ୍ରଦାନ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବଡ଼ ନିଷ୍ପତି ନେଇଛି । କେନ୍ଦ୍ର ସରକାର ଟେଲିକମ କ୍ଷେତ୍ରରେ ଅଟୋମେଟିକ ରୁଟ ଜରିଆରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ)କୁ ଅନୁମତି ଦେଇଛନ୍ତି । ଏହାର ଅର୍ଥ ଯେ କୌଣସି ବିଦେଶୀ କମ୍ପାନୀ ଭାରତର ଟେଲିକମ ଶିଳ୍ପରେ ପୁଞ୍ଜି ନିବେଶ କରି ଏହାକୁ ପରିଚାଳନା କରିପାରିବ । କ୍ୟାବିନେଟର ନିଷ୍ପତି ସମ୍ପର୍କରେ ସୂଚନା ଦେଇ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନେକ ଗୁଡ଼ିଏ ବଡ଼ ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁସାରେ, ଟେଲିକମ ଅପରେଟରମାନଙ୍କ ଉପରେ ରହିଥିବା ବକେୟା ଅର୍ଥ ଉପରେ ୪ ବର୍ଷର ମୋରାଟରିୟମ ପରିୟଡ ଲାଗୁ କରାଯାଇଛି । କିନ୍ତୁ ମୋରାଟୋରିୟମ ପିରିୟଡରେ ଅପରେଟରମାନଙ୍କୁ ବକେୟା ଅର୍ଥ ଉପରେ ସୁଧ ଦେବାକୁ ପଡ଼ିବ । କ୍ୟାବିନେଟ ଏଜିଆର ପରିଭାଷାକୁ ଅଧିକ ସରଳୀକରଣ କରି ଜୋରିମାନା ନିୟମକୁ ଶେଷ କରିଛି ବୋଲି ସେ କହିଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ୧୦ ବର୍ଷ ମଧ୍ୟରେ ବକେୟା ଏଜିଆର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ର କ୍ୟାବିନେଟର ଏପରି ମୋରାଟୋରିୟମ ଭୋଡାଫୋନ-ଆଇଡିଆ ଭଳି କ୍ଷତିରେ ଚାଲୁଥିବା ଟେଲିକମ କମ୍ପାନୀଗୁଡ଼ିକୁ ସହାୟତା କରିବ । କାରଣ ଏହି କମ୍ପାନୀଗୁଡ଼ିକ କୋଟି କୋଟି ଟଙ୍କା କେନ୍ଦ୍ରକୁ ଦେବାର ଅଛି । ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଟେଲିକମ ସେକ୍ଟରରେ ୧୦୦% ଏଫଡିଆଇକୁ ଅନୁମତି ମିଳିଛି । ସର୍ବମୋଟ କ୍ୟାବିନେଟ ୯ଟି ଷ୍ଟ୍ରକଚରାଲ ସଂସ୍କାର ଓ ୫ଟି ପ୍ରୋସେସ ସଂସ୍କାର ବିଷୟରେ ଘୋଷଣା କରିଛି । ଏହି ସଂସ୍କାର ଗୁଡ଼ିକ ଟେଲିକମ ସେକ୍ଟରର ସଂପୂର୍ଣ୍ଣ ରୂପରେଖକୁ ବଦଳାଇ ଦେବ । ଏଥିସହ ଅଧିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଗ୍ରାହକଙ୍କ ସ୍ୱାର୍ଥ ସାଧନ କରି ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ । ଯେଉଁ ଗ୍ରାହକମାନେ ଡିଜିଟାଲ୍ ଫର୍ମାଟରେ ସିମ୍ କିଣୁଛନ୍ତି, ସେମାନଙ୍କର ସେହିସ୍ଥାନରେ ହିଁ ଭେରିଫିକେଶନ ହେବ । ସ୍ପେକ୍?ଟ୍ରମର ନିଲାମ ପ୍ରତି ଆର୍ôଥକ ବର୍ଷର ଶେଷ କ୍ୱାର୍ଟର୍ରେ ହେବ । ସ୍ପେକ୍ଟ୍ରମ ନିଲାମ ଅବଧିକୁ ୨୦ରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଛି । ୧୦ ବର୍ଷ ପରେ ଯେକୌଣସି କମ୍ପାନୀ ଏହାକୁ ସରେଣ୍ଡର କରିପାରିବେ । ସେମାନେ ସେରଣ୍ଡର ଚାର୍ଜ ସହ ଏପରି ସୁବିଧା ପାଇପାରିବେ । ମାଗଣା ସ୍ପେକ୍ଟ୍ରମ ଶେୟାରିଂକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି । ସେହିପରି ପ୍ରିପେଡରୁ ପୋଷ୍ଟପେଡକୁ ଯାଉଥିବା ଗ୍ରାହକଙ୍କୁ କୌଣସି ପ୍ରକାରର କଣଉ ପୂରଣ କରିବାକୁ ପଡ଼ିବ ନାହିଁ । ସେଲ୍ଫ ଡିକ୍ଲାରେସନ ଜରିଆରେ ଟାୱାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ । ୧୯୫୩ ମସିହା ବିଜ୍ଞପ୍ତି ଅନୁଯାୟୀ ଲାଇସେନ୍ସ ରାଜ ସମାପ୍ତ ହୋଇଛି । ବର୍ତମାନ ଉପକରଣ କିଣିବାରେ କୌଣସି ଅସୁବିଧା ହେବ ନାହିଁ । ଏଥିସହ ସେ କମ୍ପାନୀଗୁଡ଼ିକୁ ଭାରତରେ ୪ଏ/ ୫ଏ ଟେକନିକର ଡିଜାଇନ କରି ବିଶ୍ୱକୁ ରପ୍ତାନୀ କରନ୍ତୁ ବୋଲି କହିଛନ୍ତି ।
