୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଖସି ପଳାଇଲେ ଅଭିଯୁକ୍ତ
ଲମତାପୁଟ : ମାଛକୁଣ୍ଡ ପୋଲିସକୁ ପୁଣି ସଫଳତା । ପାଟ୍ରୋଲିଂ ବେଳେ ଧରାପଡିଲା ବିପୁଳ ପରିମାଣର ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସୂଚନା ଯେ, କଡ୍ରି ଗ୍ରାମ ନିକଟ ନଦୀ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ । ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ୮୦ କେଜି ଗଞ୍ଜେଇ ଜବତ ହୋଇଛି l ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି l
