କେରଳା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରେ ଅଜଣା ଗାଡି ଧକ୍କାରେ ୧ ମୃତ
ଚମ୍ପୁଆ : ଚମ୍ପୁଆ କେରଳା ଇଂରାଜୀ ମିଡ଼ିଅମ ସ୍କୁଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି କ୍ଷ ସୂଚନା ଅନୁଯାୟୀ ମୃତକଙ୍କ ନାମ – ଦୁଷ୍ମନ୍ତ ପ୍ରଧାନ (୨୮), ପିତା – ଆରତ ପ୍ରଧାନ ଘର ଝୁମ୍ପୁରା ଥାନା ଅନ୍ତର୍ଗତ ଚଉଠିଆ ପଂଚାୟତ ମଧୁପୁର ଗ୍ରାମର ବୋଲି ଜଣା ପଡିଛି କ୍ଷ ରାମତୀର୍ଥ ଠାରେ ମକର ମେଳା ଦେଖି ଗାଁ କୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା କ୍ଷ ଗାଁ ଅଭିମୁଖେ ଏକ ହୋଣ୍ଡା ସାଇନ ମୋଟରସାଇକେଲ ଯୋଗେ ଗତ କାଲି ରାତି ପ୍ରାୟ ୮ ଟା ବେଳେ ଘରକୁ ଫେରୁ ଥିବା ସମୟରେ କେରଲା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରେ ଏକ ଅଜଣା ଗାଡି ସହିତ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି କ୍ଷ କୌଣସି ସୂତ୍ରରୁ ଖବର ପାଇ ଚମ୍ପୁଆ ପୋଲିସ ଦୁଷ୍ମନ୍ତଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାବେଳେ ଆଜି ଦୁଷ୍ମନ୍ତଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି I
