ଇଲେକ୍ଟ୍ରି ସରଞ୍ଜାମ ଚୋରି ଘଟଣାରେ ୧ ଗିରଫ
ନୀଳଗିରି : ଗତ ୨୯ ତାରିଖ ଦିନ ଇଲେକ୍ଟ୍ରି ସରଞ୍ଜାମ ଚୋରି କରି ଜଣେ ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ମିତ୍ରପୁର ସେକ୍ସନ ଅଫିସ ଅଧିନସ୍ଥ କାଂଶ ପଂଚାୟତ ଅଫିସ ପାଖରେ ଥିବା ଏକ ଇଲେକ୍ଟ୍ରି ପୋଲରୁ ଗତକାଲି ରାତି ପ୍ରାୟ ୯ ଟା ସମୟରେ ତାର ଓ ଚେନାଲ ଚୋରି କରି ନେଉଥିବା ବେଳେ ଗ୍ରାମ ଲୋକ ଦେଖି ଚୋରକୁ କାବୁ କରିଥିଲେ । କାଂଶ ଗ୍ରାମର ଗଙ୍ଗାଧର ଜେନା ଚୋରି କରିଥିବାର ମିତ୍ରପୁର ସେକ୍ସନ ଅଫିସର ମ୍ୟାନେଜର ବିଦ୍ୟୁତ ଦାସ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନୀଳଗିରି ଥାନାର ଆଇଆଇସି ଗୋପାଳକୃଷ୍ଣ କର୍ଣ୍ଣଙ୍କ ନେତୃତ୍ୱରେ ଥାନାର ଏଏସଆଇ ଅନନ୍ତ ମୁର୍ମୁ ଉକ୍ତ ଘଟଣାର ତଦନ୍ତ କରି ଚୋରକୁ କୋର୍ଟ ଚାଲଣ କରିଥିବା ଜଣାପଡି
