ବାଲେଶ୍ୱର : ୧.୫ କୋଟିର ବ୍ରାଉନସୁଗାର ଜବତ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ବଢ଼ିବାରେ ଲାଗିଛି ବ୍ରାଉନ୍ ସୁଗାର ବା ଧଳା ଜହର ବେପାର । ବିଶେଷ କରି ଏବେ ଜଳେଶ୍ୱର ବ୍ଲକ ଅଂଚଳରେ ଏହି କାରବାର ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ରାଜପୁରା ବସ୍ତିରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ଦୁଇଜଣକୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ୧.୫କେଜିର ବ୍ରାଉନସୁଗାର ଜବତ କରିବା ସହ ୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇଜଣ ହେଲେ ଅମିନା ବିବି ଏବଂ ସେଖ୍ ରଫିକ୍।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ପୋଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ସେଠାରେ ଚଢ଼ାଉ କରିଥିବାର ଜଣାପଡିଛି । ଏହି ଟିମ୍ରେ ୨୦ ଜଣିଆ ପୋଲିସ ଏବଂ ଅବକାରୀ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି।
